Kala Kalebara Kanhai- Odia Chautisha (କ ଠାରୁ କ୍ଷ ) | କଳା କଳେବର କହ୍ନାଇ (ସମ୍ପୂର୍ଣ ଭଜନ ) | Rabindra Mohapatra
One of most popular Odia Bhajan Kala Kalebar Kanhai written by Bhakta Charan Das is very popular among Lord Jagannath devotees. This Bhajan explain the feelings and pain of Gopi when Mahaprabhu Lord Krishna gone to Mathura.
Singer: Rabindra Mohapatra
Lyrics: Bhakta Das
Music Arrangement: Prem Sangram
Arrangement: Gourang Charan Sutar
Studio: Sree Digital studio
Video Editor: Debi Prasad (DPR)
Production: Sri Purushottam
Released Date 17/09/2021
#kalakalebarkanhaisangerohinisuta
#odiachautisha
#kalakalebarkanhai
#soulful_odia_bhajan
#rabindramohapatra
#kala_kalebar_kanhai
#jagannath_odia_bhajan
#odia_old_song
#Sri_purushottam
#odia_famous_bhajan
Any unauthorised use of this song is strictly prohibited. Legal Action taken if noticed.
କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ,
କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ ।
ଖସି ପଡୁଛି କି ଆକାଶୁ କି ଏ ଗଙ୍ଗା ଯମୁନା,
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା |
ଗହନ କାନନ ବନରେ ଘୋର ବରଷା କାଳ,
ଗିରି ବାମ କରେ ଧଇଲେ ନନ୍ଦ ଯଶୋଦାବାଳ |
ଘରେ ନ ରହନ୍ତି ଗଉଡେ ବଡ ଅଧମ ଜାତି,
ଘେନି ବସ୍ତ୍ରାବୃନ୍ଦ ବାଳକେ ବନେ ବୁଲନ୍ତି ନିତି ।
ଉଇଁ ଆସୁଛିକି ପୂର୍ଣ୍ଣିମା ଶଶି ମଧୁ ସାଗରୁ,
ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ ।
ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ,
ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ର ବଦନ |
ଛନକା ପଶିଲା ଛାତିରେ ଜାତି କୁଳ ଉପେକ୍ଷି,
ଛାଡିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି ।
ଜହର ସଙ୍ଗତେ ମହୁରା ଆସି ହେଲା ନିୟତ,
ଯୁବତୀ କୁଳକୁ ଦଇବ କଲା ଏ ହନ୍ତ ସନ୍ତ |
ଝଡି ପଡୁଛି କି ଝୁଣ୍ଟିଆ ଝସକେତନ ଘାତେ,
ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁ ବହୁଅଛି ନିରତେ ।
ନୟନ ଉପରେ ଭ୍ରୂଲତା କିଏ କାମ କମାଣ,
ନୁହଁନ୍ତି ଏ ପୋଏ କାହାରି ସବୁ ଗୋପୀଙ୍କ ପ୍ରାଣ ।
ଟୋପି ଟୋପି ଗୋପୀ ଚନ୍ଦନ ମଣ୍ଡିଛନ୍ତି କି ସଜେ,
ଟେକିବାରେ ଚାହାଁ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ ।
ଠାବେ ଠାବେ ଗୋଳ ଚହଳ ଶିଙ୍ଘା ବେଣୁ ବଇଁଶୀ,
ଠିଆ ହୋଇ ଭକ୍ତ ଦାସ ତା ଦାଣ୍ଡେ ଦେଖନ୍ତି ଆସି
ଡାକନ୍ତି ଏକକୁ ଆରେକ ଆସ ଜୀବ ଜୀବନ,
ଡୋଳାରେ ଏ ରୂପ ଦେଖିବା ବିଜେ ମଧୁସୂଦନ ।
ଢଳି ଢଳି କୃଷ୍ଣ ନାଚନ୍ତି ଭଙ୍ଗୀ ଦେଖ ମିତଣୀ,
ଢାଳନ୍ତି କିରୂପେ ଡୋଳାକୁ କେଉଁ ଛଟକେ ଆଣି ।
ଅଳକାରେ ସରୁ କାଇଁଚ ମଣ୍ଡିଛନ୍ତି କିକରେ,
ଅଣହେଳା ପାଉଥିବେ ଗୋ ନନ୍ଦ ଗଉଡ ଘରେ
ତିଳକ ଉପରେ କସ୍ତୁରୀ ଗୋରଚନା ରଞ୍ଜିଛି,
ତେରଛାଇ ଚାହିଁ ଦେବାରୁ ତରଳାଇ ଦେଉଛି |
ଥକା ହୋଇ ଥୋକେ ରହିଲେ ଥୋକେ ଗଲେ ଗୋଡାଇ,
ଥିର ମଦନ ସଂଘାତରେ କାମ ଦେଲା ଭୁଲାଇ
ଦୁଃଖୀ ଲୋକଙ୍କର ସଂଖାଳି ସେ ତ ଦରିଦ୍ର ଧନ,
ଦହି ଦୁଧ ସର ଖିଆ ଗୋ ତେଣୁ ବଡ ଲାବଣ୍ୟ |
ଧରଣୀ ମଣ୍ଡିଲା ପରାଏ ହୋଇଛନ୍ତି କି ଉଭା,
ଧଳା କଳା ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ଶୋଭା ।
ନାସାବିନ୍ଧା ଅପ୍ରତିଆଣୀ ସେ ଗୋ ଯଶୋଦା ସୁତ,
ନକଲା ଦଇବ ନରେନ୍ଦ୍ର ଘରେ ଏ ପୁଅ ଜାତ ।
ପୁଅ ହୋଇ ଏତେ ସୁନ୍ଦର ନାହିଁ କାହାର ଘରେ,
ପାହିଲା କି ଯୋଗେ ରଜନୀ ଆଜି ମଧୁନଗରେ |
ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା,
ସ୍ପୁରୁଚି ତ ବାମ ନୟନ ମୋତେ ଚାହିଁବେ ପରା |
ବୁଦ୍ଧି ବଣା ହେଲା ଶୁଣିଣ ଅମୃତ ଜିଣା ବାଣୀ,
ବସି କେତେ କାଳ ଗହୀଲା ତାକୁ କେଉଁ ବିନ୍ଧାଣି ।
ଭଜିବାକୁ ହେଲା ଭଜନ ମାଳା କଲା ଏ ରୂପ
ଭଳିବକି ଭକ୍ତ ଦାସ ତା କ୍ଷୟ କରିବ ପାପ ।
ମନ୍ଦ ବୁଦ୍ଧିକଲେ ନନ୍ଦ ଗୋ ସେ ତ ଆମ୍ଭ କରମ୍,
ମିଛେ ନନ୍ଦ ପୁଅ କୋଲନ୍ତି ମଥୁରାରେ ଜନମ |
ଯଦୁକୁଳ ଚନ୍ଦ୍ର ବୋଲିଣ ସେଗୋ ଯଦୁ ବିହାରୀ,
ଜାତି ଯଉବନ ଜୀବନ ସବୁ ନେଲା ଆମରି |
ରାମକୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ଦୋରା,
ରଙ୍ଗେ ନାଚି ଆସୁଥାନ୍ତି ଗୋ ଯେହ୍ନେ ଗଗନ ତାରା ।
ଲାଜ ଭୟ ତେଜି କରିବା, କୃଷ୍ଣ ସଙ୍ଗେ ପୀରତି,
ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି |
ବଳିଣ ଦିଶେ କି ମଳିନ ବାହୁ ଶ୍ରୀଭୁଜ ସ୍ଥଳ,
ବିନ୍ଧୁଛି କି ଝସ କେତନ ମିଶି ହେଲା ତରଳ ।
ଶ୍ରୀମନ୍ତ ବଢାଇ ଏ ପୁଅ ଲକ୍ଷ୍ମୀ ଏହାଙ୍କ ଦାସୀ,
ଶ୍ରୀମୁଖ ଏ ପରା ଦିଶୁଛି କିବା ପୂର୍ଣ୍ଣିମା ଶଶୀ |
ସରଲବଣୀ ଗୋଟିକା ଯେ ଖାଇ ନନ୍ଦର ବସଛୀ
ସବୁ ଗୋପୀଙ୍କର ମନକୁ ବଂଶୀଶ୍ୱନେ ମୋହିଛି |
ସଧୀରେ ପବନ ବହଇ ସରୁ କଟି ମେଖଳା,
ଶିବ ଡମ୍ବରୁ କି କୈଳାସୁ ଶ୍ୟାମ ବଦନ କଳା ।
ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ,
ହସୁ ଥିବୁ ତାଙ୍କ ସଙ୍ଗତେ ବସି ଥିବୁ ଗୋ କୋଳେ ।
ଛାଡି ଲଜ୍ୟା ଭୟ ତା ରୂପ ଦରପଣେ ମାଜିବା,
ଛାର କହେ ଭକ୍ତ ଦାସ ତା ଧ୍ୟାୟି ରଜନୀ ଦିବା ||
Ещё видео!